ଆମ ଜୀବନରେ ରଙ୍ଗର ବେଶ ମହତ୍ତ୍ଵ ରହିଛି। ପ୍ରତ୍ୟେକ ରଙ୍ଗ ର ନିଜସ୍ୱ ବିଶେଷତ୍ୱ ରହିଛି, ଯାହାର ଆମ ଜୀବନ ଉପରେ ମଧ୍ୟ ପଡିଥାଏ। ତେବେ ଚାଲନ୍ତୁ ଜାଣିବା ରଙ୍ଗ ଅନୁଯାୟୀ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୟ ସମ୍ପର୍କରେ।
ଧଳା ରଙ୍ଗ : ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି କୁହାଯାଏ । ଏହାକୁ ପସନ୍ଦ କରୁଥିବା ବ୍ୟକ୍ତି ମଧ୍ୟ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ସାଧାରଣତଃ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଆଶାବାଦୀ। ଯୋଜନା ପ୍ରସ୍ତୁତ କରିବା ରେ ସିଦ୍ଧହସ୍ତ ହୋଇଥବା ହେତୁ ଏମାନେ ପ୍ରାୟ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି।
ବାଇଗଣୀ ରଙ୍ଗ : ଧଳା ରଙ୍ଗ ଭଳି ବାଇଗଣୀ ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଦୂରଦର୍ଶୀ ହୋଇଥାନ୍ତି। ଭବିଷ୍ୟତରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଲାଭ ବା କ୍ଷତି ହେବ ତାହାର ପୂର୍ବାନୁମାନ କରିପାରନ୍ତି। ବେଳେବେଳେ ଦାୟିତ୍ବ ନେବାରେ ଏବଂ ସମସ୍ୟା ସମାଧାନ କାରିବାରେ ଅସଫଳ ହୋଇଥାନ୍ତି।
ହଳଦୀ ରଙ୍ଗ : ହଳଦୀ ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ଖୁସ୍ ମିଜାଜ୍ ହୋଇଥାନ୍ତି। ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ଖୁସି ବାଣ୍ଟିବାରେ ଆନଦ ପାଆନ୍ତି। ଏହି ବ୍ୟକ୍ତି ମାନେ ଜିବନକୁ ସକରାତ୍ମକ ରୁପରେ ନେଇ ବଞ୍ଚିଥାନ୍ତି, ନୂତନ ଚିନ୍ତାଧାରା ସହ ସଫଳତା ପାଇବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଉଚିତ୍ ମାର୍ଗଦର୍ଶନ ଦେବା ଓ ସମସ୍ତଙ୍କୁ ସାହଯ୍ଯ କରିବା ଏମାନଙ୍କ ସ୍ଵଭାବର ଏକ ପ୍ରମୁଖ ଲକ୍ଷଣ।
କଳା ରଙ୍ଗ : କଳା ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ରୁଢ଼ିବାଦି ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଶୀଘ୍ର ରାଗି ଯାଆନ୍ତି। କୌଣସି ପ୍ରକାର ପରିବର୍ତ୍ତନକୁ ଏମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଏହା ଛଡା ଏମାନଙ୍କ କାର୍ଯ୍ୟରେ କେହି ଦାଖଲ ଦେଲେ ସହଜରେ ଏମାନେ ଗ୍ରହଣ କରିପାରନ୍ତି ନାହିଁ।
ନୀଳ ରଙ୍ଗ: ନୀଳ ରଙ୍ଗ ମନୁଷ୍ୟର ମାନସିକତା ଉପରେ ଅଧିକ ପ୍ରଭାବ ପକାଇଥାଏ। ଏହା ଏଭଳି ଏକ ରଙ୍ଗ ଯାହା ମନକୁ ଶାନ୍ତି ଦେଇଥାଏ, ତା ସହିତ ମାନସିକ ଆବେଗ ଦୂର କରିଥାଏ। ଆକାଶୀ ନୀଳ ରଙ୍ଗ କୁ ଧ୍ୟାନ ଏକାଗ୍ରତା ପାଇଁ ବ୍ୟବହାର କରାଯାଇଥାଏ । ନୀଳ ରଙ୍ଗ ବ୍ୟବହାର କରୁଥିବା ବ୍ୟକ୍ତି ସାଧାରଣତଃ ସ୍ୱାଭୀମାନୀ ହୋଇଥାନ୍ତି। କାହାଠାରୁ ସାହାଯ୍ଯ ନେବା ପାଇଁ ଏମାନେ ପସନ୍ଦ କରନ୍ତି ନାହିଁ। ଏହି ବ୍ୟକ୍ତି ମାନେ ଭରଷାଯୋଗ୍ୟ ଏବଂ ବିଶ୍ଵାସୀ ଅଟନ୍ତି।
ଗୋଲାପୀ ରଙ୍ଗ : ଗୋଲାପୀ ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଭାବପ୍ରବଣ ସ୍ୱଭାବର ହୋଇଥାନ୍ତି। ଏହି ବ୍ୟକ୍ତିମାନେ ସବୁବେଳେ ହସ ଖୁସିରେ ରହିବାକୁ ପସନ୍ଦ କରନ୍ତି। ନୂଆ ବନ୍ଧୁ ଗଢ଼ିବା ଏବଂ ବନ୍ଧୁତ୍ୱକୁ ବଜାୟ ରଖିବା ପାଇଁ ଏମାନେ ଚେଷ୍ଟା କରିଥାନ୍ତି। ଏହି ବ୍ୟକ୍ତି ମାନେ କେତେକାଂଶରେ ଲାଜକୁଳା ମଧ୍ୟ ଥାନ୍ତି। ହିଂସା ଦ୍ଵେଷ ଠାରୁ ଦୁରେଇ ରହି ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ କରିବାକୁ ଏମାନେ ପସନ୍ଦ କରନ୍ତି।
ସବୁଜ ରଙ୍ଗ : ସବୁଜ ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତି ଶାନ୍ତ ସ୍ଵଭାବର ହୋଇଥାନ୍ତି। ଏମାନେ କାହାର ଦୁଃଖ ଦେଖି ପାରନ୍ତି ନାହିଁ। ସଫଳତାର ଶୀର୍ଷରେ ପହଞ୍ଚି ଥିଲେ ମଧ୍ୟ ନିଜ ସହକର୍ମୀଙ୍କୁ ସାଥୀରେ ନେଇ ଚାଲିବାକୁ ପ୍ରୟାସ କରନ୍ତି। ଏମାନେ କୌଣସି ପରିସ୍ଥିତିରେ ନିଜ ସ୍ଵଭାବ ବଳାନ୍ତି ନାହିଁ।
ନାଲି ରଙ୍ଗ : ରଙ୍ଗ ମାନଙ୍କ ମଧ୍ୟରୁ ନାଲି ରଙ୍ଗକୁ ସବୁଠାରୁ ଶକ୍ତିଶାଳୀ ରଙ୍ଗ ବୋଲି କୁହାଯାଏ। ଏହା ଉଭୟ ପ୍ରେମ ଓ ବିପଦର ସଙ୍କେତ। ଏହି ରଙ୍ଗ ର ଆକର୍ଷଣ କରିବାର କ୍ଷମତା ଖୁବ ଅଧିକ ଥାଏ। ଏହି ରଙ୍ଗ ପସନ୍ଦ କରୁଥିବା ବ୍ୟକ୍ତି ଖୁବ୍ ସାହସୀ ହୋଇଥାନ୍ତି। ଯେକୌଣସି କାର୍ଯ୍ୟକୁ ପୂର୍ଣ୍ଣ ଉତ୍ସାହ ସହ କରିବାକୁ ପସନ୍ଦ କରନ୍ତି। ପ୍ରେମ ଏବଂ ବନ୍ଧୁତ୍ଵ ପାଇଁ ଏମାନେ କିଛି ବି କରିପାରନ୍ତି।
ପ୍ରତ୍ୟେକ ରଙ୍ଗ ର ନିଜସ୍ୱ ବିଶେଷତ୍ୱ ରହିଛି - ରଙ୍ଗ ଅନୁଯାୟୀ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୟ |
Reviewed by
subrat
on
February 25, 2018
Rating:
5
No comments