ଭାରତର ଆପରାଧିକ ମାମଲାରେ 11 ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।
ଭାରତର ଆପରାଧିକ ମାମଲାରେ 11 ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପରେ ଏବେ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ଆସୋସିଏଶନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍ ADR) ଓ ନ୍ୟାଶନାଲ ଇଲେକ୍ସନ୍ ଓ୍ବାଚ୍(ଏନ୍ଇଡବ୍ଲ୍ୟୁ NEW) ଦ୍ୱାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ମୋଟ 35% ପ୍ରତିଶତ ମୁଖ୍ୟମନ୍ତ୍ରୀ ଅପରାଧ ସହ ଜଡିତ ଥିବା ବେଳେ 26% ପ୍ରତିଶତଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ ଓ ବେନାମୀ ସମ୍ପତ୍ତି ଠୁଳ ଭଳି ଅତି ଗମ୍ଭୀର ମାମଲା ରହିଛି।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲା ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାଁରେ ମଧ୍ୟ ରହିଛି କିଛି ମାମଲା। ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମଧ୍ୟ ରହିଛି ଆପରାଧିକ ମାମଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନାଁରେ କିଛି ମାମଲା ରହିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ନାଁରେ ସବୁଠାରୁ ଅଧିକ ୨୨ଟି ମାମଲା ରହିଥିବା ଜଣାପଡିଛି। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସ୍ବଚ୍ଛ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

No comments