Support

Breaking News

Why you must eat two oranges a day in winters ?

ଆମ୍ଭମାନଙ୍କର ଏକ ଭୁଲ ଧାରଣା ରହିଛି ଯେ ଶୀତଦିନେ କମଳା ଖାଇଲେ ଥଣ୍ଡାସର୍ଦ୍ଦି ହୋଇଥାଏ ।ଶୀତଦିନେ ମିଳୁଥିବା ଫଳମାନଙ୍କ ମଧ୍ୟରେ କମଳା ଅନ୍ୟତମ। କମଳା ଶୀତଋତୁରେ ହିଁ ପ୍ରଚୁର ପରିମାଣରେ ମିଳିଥାଏ।

କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି (Vitamin c) ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି। କମଳାରେ ରହିଛି ୮୦ ପ୍ରତିଶତ କ୍ୟାଲୋରୀ, ପୋଟାସିୟମ୍‌, କାର୍ବୋହାଇଡ୍ରେଟସ୍‌ ଓ ପ୍ରୋଟିନ୍‌। Vitamin C ଯାହା ଆପଣଙ୍କ ତ୍ୱଚାକୁ ସତେଜ ଓ ସୁନ୍ଦର ରଖିବାରେ ସହାୟକ ହୋଇଥାଏ। ନିୟମିତ ଏହାକୁ ବ୍ୟବହାର କଲେ ତ୍ୱଚାରେ ଚମକ ଆସିଥାଏ ଓ ଶରୀରରେ ଦେଖାଯାଉଥିବା ଦାଗ ଦୂର ହୋଇଥାଏ।

Why you must eat two oranges a day in winters 


କମଳାରେ ଆଣ୍ଟି ଅକ୍ସିଡାଣ୍ଟର ପରିମାଣ ଭରପୂର ରହିଛି। ସବୁଠାରୁ ବଡ କଥା ହେଲା ଏହାକୁ ନିୟମିତ ଖାଇଲେ କ୍ୟାନସର ହେବାର ସମ୍ଭାବନା କମ୍‌ ଥାଏ। -ନିୟମିତ କମଳା ଖାଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ବୋଲି କୁହାଯାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ କମଳା ଖାଇଲେ High blood pressure /ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ।

ଶୀତଋତୁରେ ନିୟମିତ କମଳା ଖାଇବା ଦ୍ଵାରା ଏହା ଆମକୁ ଅନେକ ରୋଗ ରୁ ଦୁରେଇ ରଖିଥାଏ ।ଶୀତଦିନେ ସାଧାରଣତଃ ଥଣ୍ଡା ସର୍ଦ୍ଦି, ଛୋଟ ଠାରୁ ବଡ ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ। ହେଲେ ଯେଉଁମାନେ ନିୟମିତ କମଳା ଖାଉଛନ୍ତି ଶୀତଦିନେ ସେମାନେ ଥଣ୍ଡା ସର୍ଦ୍ଦିଠାରୁ ଦୂରେଇ ରୁହନ୍ତି। କାରଣ କମଳା ରେ ଥିବା ଭିଟାମିନ୍‌-ସି( Vitamin C) ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡା ସର୍ଦ୍ଦିରୁ ଦୂରେଇ ରଖିଥାଏ। -କମଳାରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫ୍ଲେବୋନଏଡ୍‌ ଭରପୂର ମାତ୍ରାରେ ରହିଛି। ଏହାକୁ ନିୟମିତ ଖାଇଲେ ଭଲ ନିଦ ହେବା ସହ, ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ।

No comments