ସଂଜୟ ଲୀଲା ଭସାଂଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତୀ’ ଆଗାମୀ ୨୫ ତାରିଖରେ ରିଲିଜ୍ ହେବ।
ସଂଜୟ ଲୀଲା ଭସାଂଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତୀ’ ଆଗାମୀ ୨୫ ତାରିଖରେ ରିଲିଜ୍ ହେବ। ପଦ୍ମାବତୀ’ ଫିଲ୍ମ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ବିବାଦ ଘେରରେ ରହି ଆସିଛ। ପ୍ରାପ୍ତ ସୂଚନା ଅନୁଯାୟୀ ଏହା ସେନ୍ସର୍ ବୋର୍ଡ ସବୁଜ ସଙ୍କେତ ଦେଲା ‘ପଦ୍ମାବତୀ’କୁ । ସିବିଏଫସିର (CBFC) ବିଚାରକ ମଣ୍ଡଳୀ ସଞ୍ଚୟଲୀଲା ଭଂସାଲି ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’କୁ ଦେଖିବା ପରେ ଏହାର ନାମ ପରିବର୍ତ୍ତନ ଲାଗି ସୁପାରିଶ କରିଥିଲେ। ଫିଲ୍ମର ନାମ ପଦ୍ମାବତୀ ବଦଳରେ ‘ପଦ୍ମାବତ’ ରଖିବାକୁ ପରାମର୍ଶ ଦେଇଛନ୍ତି।ଦୀପିକା ପାଦୁକୋନ୍ ,ରଣବୀର ସିଂ ଓ ସାହିଦ୍ କପୁର ଅଭିନୀତ ଫିଲ୍ମ, ସିବିଏଫସିଙ୍କ ପକ୍ଷରୁ ଏହା ୟୁ/ଏ (U/A) ସାର୍ଟିଫିକେଟ ଦିଆଯିବା ପରେ ଏହାର ରିଲିଜ୍ ତାରିଖ ବି ଜଣାଯାଇଛି।
ଗତ ବର୍ଷ ଡିସେମ୍ବର ୨୮ ତାରିଖ ଦିନ ସିବିଏଫସିର ବିଚାରକ ମଣ୍ଡଳୀ ଏଥିଲାଗି ଏକ ସ୍ୱତନ୍ତ୍ର ବୈଠକରେ ଏକତ୍ରୀତ ହୋଇ ‘ପଦ୍ମାବତୀ’କୁ ୟୁ/ଏ ସାର୍ଟିଫିକେଟ ପ୍ରଦା ନ କରିଛନ୍ ବୈଠକରେ ବିଚାରକ ମଣ୍ଡଳୀଙ୍କ ସହ ସିବିଏଫସିର କର୍ମକର୍ତ୍ତା, ଅଧ୍ୟକ୍ଷ ପ୍ରସୂନ୍ ଯୋଶୀ ଏବଂ ‘ପଦ୍ମାବତୀ’ର ସେନ୍ସର୍ ଲାଗି ଗଠିତ ସ୍ୱତନ୍ତ୍ର ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସିନେମାର ନାମ ପରିବର୍ତ୍ତନ ସହ ବିବାଦୀୟ ‘ଘୁମର୍’ ଗୀତରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହ ଫିଲ୍ମର କାହାଣୀରେ ‘ସତୀ’ ପ୍ରଥାକୁ ଗୌରାବାନ୍ଵିତ କରିବା ଭଳି ଦୃଶ୍ୟ ଏବଂ ସଂଳାପକୁ ବାଦ ଦେବାକୁ ସୁପାରିଶ କରାଯାଇଥିଲା।
No comments