Support

Breaking News

ଏବେ ଆପଣ ଘରେ ବସି ନିଜ ମୋବାଇଲ ନମ୍ବର ସହ ଆଧାର ନମ୍ବର ଲିଙ୍କ୍ କରିପାରିବେ

Link Aadhaar to Mobile with Otp
                                           

ଏଣିକି ଆପଣଙ୍କ ନିଜର ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍‌ କରିବାକୁ ଆଉ ମୋବାଇଲ ଅପରେଟର ଷ୍ଟୋର ଓ ମୋବାଇଲ ଦୋକାନକୁକୁ ଯିବାର ଆବଶ୍ୟକତା ନାହିଁ   ଏବେ ଆପଣ ଘରେ ବସି ନିଜ ମୋବାଇଲ ନମ୍ବର ସହ ଆଧାର ନମ୍ବର ଲିଙ୍କ୍ କରିପାରିବେ । କାରଣ ଆଜିଠାରୁ ୟୁଆଇଡିଏଆଇ ପକ୍ଷରୁ ଓଟିପି ( one time password ) ଭିତ୍ତିକ IVRS ଆଇଭିଆରଏସ୍‌ (ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ ସିଷ୍ଟମ୍‌) ବ୍ୟବସ୍ଥା ଲାଗୁ ହୋଇଛି । ଏହା ଦ୍ୱାରା ଲିଙ୍କ୍‌ ହୋଇନଥିବା ଫୋନରୁ ୧୪୫୪୬ ନମ୍ବରକୁ ଫୋନକରି ଉପଭୋକ୍ତା ଆଧାର ଲିଙ୍କ କରିପାରିବେ ।

ଯଦି ଆପଣ ନିଜର ମୋବାଇଲ ନମ୍ବରକୁ ଆଧାର ଲିଙ୍କ୍‌ କରିନାହାନ୍ତି ତେବେ ତଳେ ଦିଆ ଯାଇଥିବା ଉପାୟରେ ଘରେ ବସି ଲିଙ୍କ୍ କରିପାରିବେ ।

1. ନିଜ ଫୋନରୁ DIALER କୁ ଖୋଲନ୍ତୁ ଓ 14546 ନମ୍ବରକୁ ଫୋନକରନ୍ତୁ ଓ ଆଇଭିଆର୍‌ ଭଏସକୁ ଅପେକ୍ଷା କରନ୍ତୁ ।

2. କଲ୍‌ ଲାଗିଗଲେ ଆପଣଙ୍କୁ ଗୋଟିଏ ଭାଷା ଚୟନ କରିବା ପାଇଁ କହିବ । ଆପଣ ନିଜ ସୁବିଧା ଅନୁସାରେ ଗୋଟିଏ ଭାଷା ବାଛନ୍ତୁ ।

3. ଏହା ପରେ ଆପଣଙ୍କୁ 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରିବାକୁ କୁହାଯିବ । ଆଧାର ନମ୍ବର ଇଣ୍ଟର ପରେ ତାହାକୁ ୟୁଆଇଡିଏଆଇ ନିକଟକୁ ଭେରିଫିକସନ ପାଇଁ ପଠାଯିବ ।

4. ଭେରିଫିକେସନ ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । କଲ୍‌ ସମୟରେ ଆପଣଙ୍କୁ ଉକ୍ତ ଓଟିପି ନମ୍ବରକୁ ଏଣ୍ଟର କରିବାକୁ ହେବ ।

୫. ଓଟିପି ଏଣ୍ଟର କଲା ପରେ କଲ୍‌ କଟିଯିବ ଓ ଆଧାର ଲିଙ୍କ ସଂପର୍କରେ ଏକ କନଫର୍ମେସନ ଏସଏମଏସ ଆସିବ ।

No comments