IPL 2018 ନିଲାମୀ ପ୍ରକ୍ରିୟା ଜାନୁଆରୀ 27 ଓ 28 ତାରିଖ ଦିନ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ।
IPL 2018 ନିଲାମୀ ପ୍ରକ୍ରିୟା ଜାନୁଆରୀ 27 ଓ 28 ତାରିଖ ଦିନ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ। ଏଥିରେ ଯୁବରାଜ ସିଂ, ବେନ୍ ଷ୍ଟୋକ କ୍ରିସ୍ ଗେଲ୍ ସମେତ 1122 ଖେଳାଳି ଆଇପିଏଲ୍ ନିଲାମୀରେ ନିଜ ନାଁ ରେଜିଷ୍ଟର କରିଛନ୍ତି। ଯେଉଁଥିରେ 281 ଖେଳାଳି ଏମିତି ଅଛନ୍ତି ଯେଉଁମାନେ ଭାରତ ପାଇଁ ଖେଳିସାରିଛନ୍ତି। ଯେଉଁଥିରେ ଗୌତମ ଗମ୍ଭୀର, ରାହାଣେ, ଅଶ୍ୱିନ, କୁଲଦୀପ ଯାଦବ, ମୁରଲୀ ବିଜୟ ଓ କେଏଲ୍ ରାହୁଲ ଭଳି ଷ୍ଟାର୍ ଭାରତୀୟ ଖେଳାଳି ଏଥର ନିଲାମୀ ପ୍ରକ୍ରିୟାରେ ଚର୍ଚ୍ଚାରେ ରହିବେ। ଏହି ସମସ୍ତ ଲିଷ୍ଟକୁ IPL ର ୮ଟି ଫ୍ରାଞ୍ଚାଇଜକୁ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ ୨୮୨ ବିଦେଶୀ ଖେଳାଳିଙ୍କ ମଧ୍ୟରେ 58 ଜଣ ଅଷ୍ଟ୍ରେଲିଆ, 57 ଜଣ ଦକ୍ଷିଣ ଆଫ୍ରିକା, 39 ଶ୍ରୀଲଙ୍କା, 39 ୱେଷ୍ଟଇଣ୍ଡିଜ୍, 30 ନ୍ୟୁଜିଲାଣ୍ଡ, 26 ଇଂଲଣ୍ଡ ଖେଳାଳି ସାମିଲ ଅଛନ୍ତି। ସେହିପରି ଆଫଗାନିସ୍ଥାନର 13, ବାଂଲାଦେଶର 8, ଆର୍ୟାଲ୍ୟାଣ୍ଡର 2, ଜିମ୍ବାୱେର 7 ଏବଂ ଆମେରିକାର 2 ଜଣ ଖେଳାଳି ସାମିଲ ହୋଇଛନ୍ତି।
ବିଦେଶୀ ଖେଳାଳୀ ମ୍ୟାକ୍ସୱେଲ୍, ଜୋ ରୁଟ୍, ବେନ୍ ଷ୍ଟୋକ୍ସ,ମୋର୍ଗନ, ଷ୍ଟାର୍କ, ବ୍ରାଭୋ, ହସିମ ଆମ୍ଲା, ଡୁପ୍ଲେସିସ୍, ମିଲର୍,ମୋର୍କେଲ୍, କେନ୍ ୱିଲିୟମସନ୍ ସମସ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି
IPL 2018 ପାଇଁ ହେଲେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଏହି ୫ ଜଣ ଖେଳାଳୀ ଏମାନେ ହେଲେ ଯୁବରାଜ, ଗେଲ୍, ମିଲର୍, ମ୍ୟାକ୍ସୱେଲ୍ ଓ ଷ୍ଟୋକ୍ସ। ଏହି ଖେଳାଳିମାନଙ୍କ ଡିମାଣ୍ଡ ଅଧିକ ରହିବ ବୋଲି ଆଶା କରାଯାଉଛି । ତେଣୁ ସମସ୍ତ ଫ୍ରାଞ୍ଚାଇଜ୍ ଏହି ଖେଳାଳିଙ୍କୁ ନିଜ ଟିମ୍ରେ ସାମିଲ କରିବାକୁ ଚେଷ୍ଟାକରିବେ।

odia tech |

No comments