ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡାରେ ୭୦ଜଣଙ୍କର ମୃତ୍ୟୁ | ଉତ୍ତରଭାରତରେ ଶୀତ ଲହରୀ ଜାରି ରହିଛି
ଇତିମଧ୍ୟରେ ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡାରେ ୭୦ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତରଭାରତରେ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀ ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ,, ହରିୟାଣା, ପଞ୍ଜାବ , ରାଜସ୍ଥାନ ଆଦି ଅଞ୍ଚଳରେ ତାମମାତ୍ରା କମିବାରେ ଲାଗିଛି। ଲେହର ତାପମାତ୍ରା ମାଇନସ୍ ୧୬.୬ ଡିଗ୍ରୀ ରହିଛି।, ପଞ୍ଜାବ, ହରିୟାଣାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ରହିଛି। ହିମାଚଳପ୍ରଦେଶ ରାଜଧାନୀ ଶିମଲାରେ ତାପମାତ୍ରା ୧.୪ ଡିଗ୍ରୀ ସେଲସିୟସ୍ ରହିଛି। ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ତାପମାତ୍ରା ୧.୯ ଡିଗ୍ରୀ ସେଲସିୟସ୍ ରହିଛି।
ଓଡ଼ିଶା କନ୍ଧମାଳ ଜିଲା ଦାରିଙ୍ଗିବାଡ଼ିରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍ ରହିଛି। ଫୁଲବାଣୀ, ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ ଅଞ୍ଚଳରେ ତାପମାତ୍ରାରେ ହ୍ରାସଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।
ସେହିପରି ଦିଲ୍ଲୀର ବିଭିନ୍ନ ସ୍ଥାନର ହାରାହାରି ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍ ରହିଛି। ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁ ୨୫ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡ଼ାଣ ବ୍ୟାହତ ହୋଇଛି। ୨୮ ଟ୍ରେନ୍କୁ ବାତିଲ୍ କରାଯାଇଥିବାବେଳେ ୩୫ଟି ଟ୍ରେନ୍ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଚାଲୁଛି। ୯ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।
No comments