Support

Breaking News

ଅଶ୍ଳୀଳ ଭିଡିଓ ଭାଇରାଲ କଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ

ଦିନକୁ ଦିନ smartphone ର ବ୍ୟବହାର ବଢିଚାଲିଥିବା ବେଳେ ତା ସଙ୍ଗେ କ୍ରାଇମ ମଧ୍ଯ ବଢିଚାଲିଛି। ଗୋଟିଏ ପରେ ଗୋଟିଏ ଅଶ୍ଳୀଳ ଭିଡିଓ ଓ ଫୋଟୋ whatsapp, facebook ଏବଂ ଅନ୍ୟ social media ରେ ଭାଇରାଲ୍ ହେବାର ଲାଗିଛି। ଗୋଟିଏ ପରେ ଗୋଟିଏ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ଏହା ଉପରେ ଲଗାମ୍ ଲାଗାଇବା ପାଇଁ ଅଂଟା ଭିଡିଛି ପୁଲିସ୍ । ରାଜ୍ୟ ପୋଲିସ  ଭାଇରଲ ଭିଡିଓକୁ ନେଇ ଆଜି ଆଡଭାଇଜରି ଜାରି କରିଛନ୍ତି । ଆଜି ଏନେଇ  ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।  ସବୁ ଜିଲ୍ଲାର ଏସପିଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ କୁହାଯାଇଛି ଆପତ୍ତିଜନକ ଭଡିଓ ଭାଇରାଲ୍ କରିବା ବେଆଇନ୍ ।

ଅଶ୍ଳୀଳ ଭିଡିଓ ଭାଇରାଲ କଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ସାରା ରାଜ୍ୟରେ ସାଂଘାତିକ ରୂପ ନେଉଛି ସୋସିଆଲ୍ ମିଡିଆରେ ଅଶ୍ଲୀଳ ଭାଇରାଲ୍ ଭିଡିଓ । ହାତରେ ସ୍ମାର୍ଟ ଫୋନ୍- ଯୁବତୀଙ୍କ ଇଜ୍ଜତ ଲୁଟିବାରେ ଲାଗିଛି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲ୍ ଧରି କେହି ବ୍ଲାକ୍ ମେଲ୍ କରୁଛି, ତ ଆଉ କିଏ ମଜା ନେଉଛି ।

ଅଶ୍ଲୀଳ ଭିଡିଓ ଭାଇରାଲ୍ କରୁଥିବା ଲୋକଙ୍କୁ ଏଭଳି ଢ଼ଙ୍ଗରେ ଆଇନର କଥା ମନେପକାଇ ଦେଇଛନ୍ତି ପୋଲିସ୍ ଡିଜି । ଭୁବନେଶ୍ୱରରେ ଷ୍ଟେଟ୍ ସାଇବର୍ ଫୋରେନସିକ୍ ଲ୍ୟାବ୍ ଉଦଘାଟନ ସମୟରେ ଡିଜି କହିଛନ୍ତି, ନୂଆକରି ପ୍ରତିଷ୍ଠା ହୋଇଥିବା ସାଇବର୍ ଫୋରେନ୍ସିକ୍ ଲ୍ୟାବ୍ ଆପତ୍ତିଜନକ ଭିଡିଓର ମୂଳ ଖୋଜିବାରେ ସହାୟକ ହେବ । ପୂର୍ବରୁ ହାଇଦ୍ରାବାଦ, କୋଲକାତା ଓ ଚଣ୍ଡୀଗଡ଼ ଲାବରୋଟେରୀରୁ ରିପୋର୍ଟ ପାଇବା ପାଇଁ ବହୁତ ସମୟ ଲାଗୁଥିଲା ବେଳେ ଏବେ ଏହି ରିପୋର୍ଟ ଶୀଘ୍ର ମିଳିବ ଓ ଅନୁସନ୍ଧାନ ସହଜ ହୋଇପାରିବ ବୋଲି ଶର୍ମା କହିଛନ୍ତି ।

No comments