Support

Breaking News

୨୦୧୮ ସୁଦ୍ଧା ଇସ୍ରୋ ଉପଗ୍ରହ ସହିତ ଲିଙ୍କ୍‌ ହେବ ସମସ୍ତ ଟ୍ରେନ୍‌

indian railway
    
୨୦୧୮ ସୁଦ୍ଧା ଇସ୍ରୋ ଉପଗ୍ରହ ସହିତ ଲିଙ୍କ୍‌ ହେବ ସମସ୍ତ ଟ୍ରେନ୍‌  ଆଗାମୀ ୨୦୧୮ ଡିସେମ୍ବର ସୁଦ୍ଧା ରେଳ ବିଭାଗର ସମସ୍ତ ଟ୍ରେନ୍‌ ଇସ୍ରୋ ଉପଗ୍ରହ ସହିତ ଲିଙ୍କ୍‌ ହେବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ୧୦,୮୦୦ ଟ୍ରେନ୍‌ରେ ଆବଶ୍ୟକ ଆଣ୍ଟେନା ସ୍ଥାପନ କରାଯିବ। ଏହାଦ୍ୱାରା ଟ୍ରେନ୍‌ର ଗତିବିଧି ସହଜରେ ନିରୀକ୍ଷଣ କରାଯାଇ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ। ଇତିମଧ୍ୟରେ ୧୦ଟି ଟ୍ରେନ୍‌ରେ ପରୀକ୍ଷାମୂଳକ ଭାବେ ଏହାର ଉପଯୋଗ କରାଯାଇ ସଫଳତା ମିଳିଛି। ସୂଚନାଯୋଗ୍ୟ, ଇସ୍ରୋ ପକ୍ଷରୁ ଏକ ପ୍ରକାର ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ ପ୍ରସ୍ତୁତ କରାଯାଇଛି। ଏହାକୁ ଆଣ୍ଟେନା ସହିତ ସ୍ଥାପନ କରାଗଲେ ଟ୍ରେନ୍‌ର ଗତିବିଧି ସମ୍ପର୍କରେ ତଥ୍ୟ ମିଳିପାରିବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି।

No comments