Support

Breaking News

Link Your Mobile Number With Aadhaar Through OTP From January 1

ଯେଉଁ ମୋବାଇଲ ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରି ନାହାନ୍ତି,ସେମାନଙ୍କ ପାଇଁ ଖୁସି ଖବର। ସେମାନେ ଆସନ୍ତା ଜାନୁଆରି ୧, ୨୦୧୮ତାରିଖରୁ ଭଏସ୍‌ ଗାଇଡେଡ ସିଷ୍ଟମ୍‌ ଜରିଆରେ one time password (ଓଟିପି) ମାଧ୍ୟମରେ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରି ପାରିବେ।


ଏହି ପ୍ରକ୍ରିୟାରେ ମୋବାଇଲ ବ୍ୟବହାରକାରୀମାନଙ୍କୁ ଆଇ ଭିଆରଏସ୍‌(IVRS) ସିଷ୍ଟମ୍‌ ଜରିଆରେ ଆଧାର ଲିଙ୍କ କରିବାର ସମ୍ମତି ଦେବାକୁ ପଡ଼ିବ। ଏହାପରେ ୟୁ ଆଇ ଡି ଏ ଆଇ ପକ୍ଷରୁ ଏକ ଓଟିପି ନମ୍ବର ଦିଆଯିବ। ବ୍ୟବହାରକାରୀମାନଙ୍କୁ ନିଜର ରେଜିଷ୍ଟାର୍ଡ ମୋବାଇଲ ନମ୍ବରରେ ତାକୁ ଦେବାକୁ ପଡ଼ିବ । ଏହାପରେ Ekyc  ତଦାରଖ ପ୍ରକ୍ରିୟା ସମାପ୍ତ ହେବ। ଏହାପରେନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବା ପ୍ରକ୍ରିୟା ଶେଷ ହେବ।

Read Also Aadhaar Linking With LIC Policy | Odia Tech

 ସୂଚନା ଅନୁଯାୟୀ ଏଯାବତ୍‌ ଆହୁରି ୫୦ କୋଟି ମୋବାଇଲ ବ୍ୟବହାରକାରୀ ନିଜର ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରିବା ଅପେକ୍ଷାରେ ଅଛନ୍ତି। ବିଭିନ୍ନ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଆଧାର ଲିଙ୍କ କରିବା ଏକ ଅସହଜ ବ୍ୟାପାର ବୋଲି ମନେ ହେଲା। ଏଠାରେ ଅନେକ ସମୟରେ ବାୟୋମେଟ୍ରିକ୍‌ ମେସିନ୍‌ ଠିକଭାବେ କାମ କରୁ ନଥିବାର ଅଭିଯୋଗ ବି ହୋଇ ଆସୁଥିଲା। ଏ ଦୃଷ୍ଟିରୁ ଓଟିପି ଜରିଆରେ ମୋବାଇଲ ନମ୍ବରକୁ ଆଧାର ସହିତ ଲିଙ୍କ କରବା ସବୁଠୁ ସହଜ ଉପାୟ ବୋଲି କୁହାଯାଉଛି।

No comments