ଟିମ୍ ଇଣ୍ଡିଆ ପାଇଁ ଏକ ଶକ୍ତ ଝଟ୍କା। ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆହାତ ହୋଇଥିବା କାରଣରୁ ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ
ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଆହାତ ହୋଇଥିବା କାରଣରୁ ପ୍ରଥମ ଟେଷ୍ଟ ଖେଳିପାରିବେ ନାହିଁ | ଶିଖର ଧାୱନଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ।ଆସନ୍ତା ୫ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହୋଉଥିବା ପ୍ରଥମ ଟେଷ୍ଟରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ଶକ୍ତ ଝଟ୍କା।
ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ଗତକାଲି ରାତିରେ ଯାଇଛି। ଜାନୁଆରୀ ୫ତାରିଖ ଠାରୁ ପ୍ରଥମେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ଗସ୍ତରେ ଇଣ୍ଡିଆ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ।
ଶିଖର ଧାୱନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହାକୁ ନଜରରେ ରଖି ଚୟନକର୍ତ୍ତାଙ୍କୁ ଏହାର ରିପୋର୍ଟ ଦିଆଯିବ। ଏପର୍ଯ୍ୟନ୍ତ କିନ୍ତୁ ଏନେଇ କୌଣସି ରିପୋର୍ଟ ଦିଆଯାଇନାହିଁ।
No comments