Support

Breaking News

health benefits of Jaggery | ଶୀତ ଦିନେ ଗୁଡ଼ର ଉପକାରିତା

ଶୀତ ଦିନେ ଆମେ ଆମ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଗୁଡ଼ ଖାଇବା ଦ୍ବାରା ଆପଣ ଅନେକ ରୋଗଠାରୁ ଦୂରେଇ ରହିପାରିବେ । ଆସନ୍ତୁ ଜାଣିବା ଗୁଡ଼ର ଉପକାରିତା ବିଷୟରେ।

health benefits of Jaggery

ଗୁଡ଼ ଆଇରନ୍‌ରେ ଭରପୁର ।ଏନିମିଆ ବା ରକ୍ତହୀନତାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଗୁଡ଼ ବେଶ ଫଳପ୍ରଦ। ହେମୋଗ୍ଲୋବିନ୍‌ କମ୍‌ ଥିବା ବ୍ୟକ୍ତି ପ୍ରତିଦିନ ଗୁଡ଼ ଖାଇଲେ ଲାଭ ମିଳିଥାଏ। ସେଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତର ଗୁଡ଼ ଖାଇବାକୁ ପରାମର୍ଶ ଦେଇଥାନ୍ତି।



ଶୀତଦିନେ ଅନେକେ ହାଡ ସମସ୍ୟାରେ ପୀଡିତ ହୋଇଥାନ୍ତି। ଏଭଳି ବ୍ୟକ୍ତି ଗୁଡ଼ ସହ ଅଦା ମିଶାଇ ଖାଇଲେ ଉପଶମ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ପରିମାଣର କ୍ୟାଲସିୟମ୍‌ ସହ ଫସ୍‌ଫରସ୍‌ ରହିଛି। ଯାହା ହାଡ ପାଇଁ ଲାଭଦାୟକ।



ଯଦି ଆପଣଙ୍କର ପେଟ ସମସ୍ୟା ଯଥା: ଏସିଡିଟି,ଗ୍ୟାସ ଅବା ଖଟା ହାକୁଟି ହେଉଛି ତେବେ ଆପଣ ଗୁଡ଼ ସେବନ କରନ୍ତୁ। ପ୍ରତିଦିନ ଗୁଡ଼ ସହ ସୈନ୍ଧବ ଲୁଣ ଓ କଳା ଲୁଣ ମିଶାଶ ଖାଆନ୍ତୁ ଏହା ପେଟ ସମସ୍ୟା ଦୂର କରିଥାଏ। ଖାଇବା ପରେ ଗୁଡ଼ ଖାଇଲେ ପାଚନ ଶକ୍ତି ବୃଦ୍ଧି ହେବା ସହ ଭଲ ଭୋକ ଲାଗିଥାଏ।

ଗୁଡ଼ ଆଖି ପାଇଁ  ବେଶ ଲାଭଦାୟକ। ଯେଉଁ ବ୍ୟକ୍ତିଙ୍କର ଦୃଷ୍ଟି ଶକ୍ତି କମ ଅଛି ଅବା ଆଖି ଜନିତ କୌଣସି ସମସ୍ୟା ଅଛି ସେମାନେ ନିୟମିତ ଗୁଡ଼ ଖାଇବା ଭଲ।

ସର୍ଦ୍ଦି ଓ ଜ୍ୱରରୁ ଉପଶମ ପାଇଁ ଗୁଡ଼ ବ୍ୟବହାର କରନ୍ତୁ। ଗୋଲ ମରିଚ, ଅଦା ଓ ଗୁଡ଼ ଏକାଠି ଖାଇଲେ ଏଥିରୁ ଉପଶମ ମିଳିଥାଏ। କାଶ ହେଉଥିଲେ ଗୁଡ ସହ ଅଦା ମିଶାଇ ଗରମ କରି ଖାଆନ୍ତୁ। ଚିନି ବଦଳରେ ଗୁଡ଼ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହିତକର।

ଗୁଡ଼ ମସ୍ତିଷ୍କକୁ ସକ୍ରିୟ ରଖିବାରେ ବଡ ଭୂମିକା ଗ୍ରହଣ କରିଥାଏ। ମାଇଗ୍ରେନ୍‌ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଗୁଡ଼ ସେବନ କରିବା ଭଲ।


ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଗୁଡ଼ ଏକ ଅମୋଘ ଔଷଧ। ପ୍ରତିଦିନ ଖାଦ୍ୟରେ ଗୁଡ଼ ସେବନ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରୟଣରେ ରହିଥାଏ।

ଆପଣ ଯଦି କୌଣସି କାରଖାନା ଅବା ଶିଳ୍ପାଞ୍ଚଳରେ କାମ କରୁଛନ୍ତି ତେବେ ନିୟମିତ ଖାଦ୍ୟରେ ୧୦୦ଗ୍ରାମ ଗୁଡ଼ ସାମିଲ କରନ୍ତୁ। ଏହା ଆପଣଙ୍କୁ ପ୍ରଦୂଷଣଠାରୁ ଦୂରେଇ ରଖିବ।

ଶରୀରକୁ ଆକ୍ଟିଭ୍‌ ରଖିବାରେ ଗୁଡ଼ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କ୍ଷୀର ସହ ଗୁଡ଼ ମିଶାଇ ଖାଇଲେ ଶରୀର ଫୁର୍ତ୍ତି ହୋଇଥାଏ। କ୍ଷୀର ସେବନ ନ କରୁଥିବା ବ୍ୟକ୍ତି ଗୋଟିଏ କପ୍‌ ପାଣିରେ ୫ଗ୍ରାମ ଗୁଡ ଅଳ୍ପ ଲେମ୍ବୁ ରସ ଓ କଳା ଲୁଣ ମିଶାଇ ଖାଇଲେ ଲାଭ ମିଳିଥାଏ।

No comments