Support

Breaking News

ଏବେ ବିଦେଶୀ ନୂହେଁ ଦେଶୀ ବିମାନରେ ଉଡ଼ିବା | DGCA Approves Made-in-India Dornier 228 Aircraft for commercial use

Image from- wikipedia
ଏପର୍ଯ୍ୟନ୍ତ ଆପଣମାନେ ବିଦେଶରେ ନିର୍ମିତ ବିମାନରେ ଯାତ୍ରା କରୁଥିଲେ କିନ୍ତୁ ବର୍ତ୍ତମାନଠାରୁ ଆଉ ଏମିତି ହେବ ନାହିଁ।ଆମ ଦେଶରେ ବିମାନ ସେବା ପାଇଁ ମୁଖ୍ୟତଃ ବିଦେଶ ନିର୍ମିତ ବିମାନ ବ୍ୟବହାର କରାଯାଏ । ଏବେ ପ୍ରଥମ ଥର ପାଇଁ ଆମ ଲୋକମାନେ Made in India ବିମାନରେ ଉଡ଼ିପାରିବେ । ଭାରତ ବିମାନ ନିର୍ମାଣ କ୍ଷେତ୍ରରେ ସବୁବେଳେ ପଛୁଆ ରହିଆସିଥିଲା କିନ୍ତୁ ଏବେ ଧୀରେ ଧୀରେ ପରିସ୍ଥିତିରେ ଉନ୍ନତି ଆସୁଛି । ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ହେଲେ ବୋଇଂ ଓ ଏୟାରବସ୍‌ କିନ୍ତୁ ଏବେ ଭାରତରେ ନିର୍ମିତ ବିମାନ  ଲୋକମାନଙ୍କୁ ସେବା ଯୋଗାଇବାକୁ ପ୍ରସ୍ତୁତ ହୋଇଗଲାଣି । ଭାରତୀୟ ରାଷ୍ଟ୍ରାୟତ କମ୍ପାନି Hindustan Aeronautics Limited (HAL)  ଦ୍ୱାରା ନିର୍ମିତ Dornier 228 ବିମାନକୁ ଡିଜିସିଏ (Directorate General of Civil Aviation) ପକ୍ଷରୁ ବେସାମରିକ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି ।


ପୂର୍ବରୁ Dornier 228 ବିମାନକୁ କେବଳ ସେନାବାହିନୀର  ବ୍ୟବହାର କରାଯାଉଥିଲା ।ଏବେ ପ୍ରଥମ ଥର ପାଇଁ ଭାରତ ନିର୍ମିତ ବିମାନରେ ସାଧାରଣ ଲୋକମାନେ ଉଡ଼ିବାକୁ ସୁଯୋଗ ପାଇପାରିବେ ।ଡୋନିୟର-୨୨୮ ବିମାନରେ ମାତ୍ର ୧୯ ଜଣ ଲୋକ ବସିପାରିବେ । ଏହି ବିମାନ 428Km ପ୍ରତି ଘଣ୍ଟା ଉଡାଣ କରିପାରିବ, ଏହି ବିମାନ ରାତିରେ ମଧ୍ୟ ଉଡିପାରିବ।

 ବିଶେଷକରି କେନ୍ଦ୍ର ସରକାରଙ୍କ ଉଡ଼ାନ ସ୍କିମ ପାଇଁ ଲାଇସେନ୍ସ ପାଇଥିବା କମ୍ପାନିମାନେ ଏସବୁ ବିମାନ ଗୁଡିକ ବ୍ୟବହାର କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଉଡ଼ାନ ( ଉଡେ ଦେଶ କା ଆମ ନାଗରିକ୍‌ ବା ଦେଶର ସାଧାରଣ ଜନତା ବିମାନ ସେବାର ସୁଯୋଗ ପାଆନ୍ତୁ) ସ୍କିମ୍‌ରେ ସରକାର ଦେଶର ବିମାନ ସେବା ପହଞ୍ଚିନଥିବା ଛୋଟ ସହରଗୁଡିକୁ ବିମାନସେବା ମାଧ୍ୟମରେ ଯୋଡିବାକୁ ଯୋଜନା କରିଛନ୍ତି । ଏହି ସ୍କିମରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗେଇ ଦିଆଯିବ । ଏହି ସ୍କିମ୍‌ରେ ୧ ଘଣ୍ଟାର ଉଡ଼ାଣ ପାଇଁ ସର୍ବାଧିକ ଭଡ଼ା ୨୫୦୦ ଟଙ୍କା ରଖାଯାଇଛି । ପ୍ରଥମ ଦଫାରେ (Air Odisha, Air Deccan, SpiceJet)ଏୟାର ଓଡ଼ିଶା, ଏୟାର ଡେକ୍କାନ, ସ୍ପାଇଶ ଜେଟ୍‌ ଆଦି କମ୍ପାନି ଲାଇସେନ୍ସ ପାଇଛନ୍ତି ।

No comments