1km Solar Powered Highway opens in China
ଚୀନ୍ ତିଆରି କରିଛି ପ୍ରଥମ ସୋଲାର୍ ହାଇୱେ । ଏକ କିଲୋମିଟରର ଏହି ସୋଲାର୍ ହାଇୱେ ବିଦ୍ୟୁତ୍ ଉତ୍ପାଦନ କରିବାର କ୍ଷମତା ରଖିଛି।ପୂର୍ବ ଚାଇନାର ସୋନ୍ଡାଙ୍ଗ ଅଞ୍ଚଳରେ ଥିବା ରାଜଧାନୀ ଜିନାନରେ ନିର୍ମାଣ କରାଯାଇଥିବା ଏହି ହାଇୱେକୁ ଟ୍ରାଫିକ୍ ଟେଷ୍ଟ ପାଇଁ ଖୋଲି ଦିଆଯାଇଛି। ସୂଚନା ଅନୁଯାୟୀ, ବର୍ଷକୁ ଏଥିରୁ ୧କୋଟି କିଲୋୱାଟ୍ ବିଜୁଳି ଉତ୍ପାଦନ ହେବ ବୋଲି କୁହାଯାଉଛି। ଏହାସହ ଶୀତଦିନେ ରାସ୍ତାରେ ଜମା ହେଉଥିବା ବରଫକୁ ତରଳାଇବାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ସେହି ରାସ୍ତାରେ ଯାଉଥିବା ଚାର୍ଜ ଗାଡିକୁ ମଧ୍ୟ ଏହା ଚାର୍ଜ କରିବ।
-1Km ହାଇୱେ ଦ୍ଵାରା ଗୋଟିଏ ବର୍ଷରେ 10 ଲକ୍ଷ କିଲୋୱାଟ୍ ଉତ୍ପାଦନ ହେବ ଓ 800 ଘରକୁ ମଧ୍ୟ ବିଦ୍ୟୁତ୍ ସପ୍ଲାଇ ଦିଆଯିବ।
- ଏହି ହାଇୱେ ର ଜୀବନକାଳ 20 ବର୍ଷ ଅଟେ। ସୋଲାର ପ୍ୟାନେଲ ରାସ୍ତା ର ଦୁଇଟି ଲେନ ରେ ଲଗା ଯାଇଛି।
- 1Km ହାଇୱେରେ 5875 ବର୍ଗ ମିଟର ଉପରେ ସୋଲାର ପ୍ୟାନେଲ ବିଛା ଯାଇଛି।
- ଏ ହାଇୱେ ସାଧାରଣ ହାଇୱେ ଠାରୁ 10 ଗୁଣ ମଜବୁତ ଅଟେ।
- ଏକ ବର୍ଗ ମିଟର ସଡ଼କ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ 300 00 ଟଙ୍କା ଖର୍ଚ୍ଚ ହୁଏ।
ଚୀନ୍ ଦୁନିଆରେ ସୌର ଶକ୍ତି ଉତ୍ପାଦନ କରିବାରେ 1 ନମ୍ବର ସ୍ଥାନରେ ରହିଛି। ଚୀନ୍ ପ୍ରତିବର୍ଷ 78 gigabytes ବିଦ୍ୟୁତ୍ ଉତ୍ପାଦନ କରୁଥିବା ବେଳେ 2020 ବେଳକୁ 105 gigabytes ବିଦ୍ୟୁତ୍ ଉତ୍ପାଦନର ଟାର୍ଗେଟ ରଖିଛି
No comments