Support

Breaking News

ଉମଙ୍ଗ୍ । UMANG - Unified Mobile Application for New-age Governance

UMANG - Unified Mobile Application for New-age Governance  ବା ଉମଙ୍ଗ୍। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ପାଇଁ ଏହି ଆପ ତିଆରି କରାଯାଇଛି।
ଏହି ଆପ୍ ବହୁମୁଖୀ ଆବଶ୍ୟକତାକୁ ପୂରଣ କରିବ। ଘରେ  ବସି ଏହି ଆପ ଦ୍ଵାରା ଆପଣ,  ଫସଲ ବୀମାର ପ୍ରିମିଅମ୍ ହିସାବଠାରୁ ଆରମ୍ଭ କରି ସରକାରୀ ହସ୍ପିଟାଲରେ ଓପିଡ଼ିରେ ନାମ ଲେଖାଇବା ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ ପାଇଁ ଏହି ଆପ୍କୁ ବ୍ୟବହାର କରି ହେବ।

ଏହି ଆପରେ ପ୍ୟାନ୍ କାର୍ଡ, ପାସପୋର୍ଟ ଆଦି ଜରୁରି କାଗଜପତ୍ର ତିଆରି କରାଯାଇ ପାରିବ। ଅର୍ଥାତ ଭିନ୍ନ ଭିନ୍ନ ସେବା ପାଇଁ ଆପଣଙ୍କୁ ଏବେ ଅଲଗା ଅଲଗା ୱେବସାଇଟକୁ ଆଉ ଯିବାକୁ ପଡ଼ିବ ନାହିଁ। ଘରେ ବସି ହିଁ ଆପଣ ନିଜର ସବୁ ପରିଚୟପତ୍ର ଗୁଡ଼ିକ ସୃଷ୍ଟି କରି ପାରିବେ।


ଏହି ଆପ ଜରିଆରେ ୟୁଜର ମାନେ ୩୩ଟି ମିଳିତ ସେବା ଓ ବିଭିନ୍ନ ରାଜ୍ୟ ସରକାରଙ୍କ ୧୬୨ଟି ସେବା ପାଇପାରିବେ। କେନ୍ଦ୍ର ସୂଚନା ଓ କାରିଗରୀ ମନ୍ତ୍ରାଳୟ ଅଧିନରେ ଥିବା national e-governance division ଦ୍ୱାରା ପ୍ରସ୍ତୁତ  ଏହି ଆପଟି ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ ଅଛି। ଏହି ଆପକୁ Android,ios ଓ windowsରେ ଡାଉନଲୋଡ଼ କରିପାରିବେ।

No comments