Support

Breaking News

How to Delete WhatsApp message In Odia | ହ୍ୱାଟସ୍ଆପ୍‌ ମେସେଜ ଡିଲେଟ୍


ଯଦି ଆପଣ ଭୁଲରେ କାହାକୁ ହ୍ୱାଟସ୍ଆପ୍‌ରେ ମେସେଜ କରିଛନ୍ତି ବର୍ତ୍ତମାନ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ |ଭୁଲ୍‌ ମେସେଜକୁ ଡିଲେଟ୍ କରିବା ପାଇଁ କୌଣସି ଅପ୍ସନ ନଥିବାରୁ ବ୍ୟବହାରକାରୀ ଚିନ୍ତାରେ ପଡ଼ୁଥିଲେ। କିନ୍ତୁ ଏବେ ଏହି ଚିନ୍ତା ଦୂର ହୋଇଛି।  ହ୍ୱାଟସ୍ଆପ୍‌ ମେସେଜ ଡିଲେଟ୍ କରିବା ପାଇଁ ନୂଆ ଅପ୍ସନ ଆସିଯାଇଛି । ଏହି ନୂଆ ଅପ୍ସନକୁ ହ୍ୱାଟସ୍ଆପ୍‌ ବ୍ୟବହାରକାରୀ ଭୁଲ୍‌ରେ ପଠାଇଥିବା ମେସେଜ ଡିଲେଟ କରିପାରିବେ।

ଭୁଲ୍‌ରେ ପକା ଯାଇଥିବା ମେସେଜ ହ୍ୱାଟସଆପରୁ କିପରି ଡିଲେଟ୍ କରିହେବ ତାର ସହଜ ଉପାୟ ଜାଣନ୍ତୁ।

୧. ପ୍ରଥମେ ‘ଗୁଗୁଲ ପ୍ଲେ ଷ୍ଟୋର’କୁ ଯାଇ whatsapp ଅପଡେଟ୍‍ କରିନିଅନ୍ତୁ |

୨. ହ୍ୱାଟ୍‌ସଆପ୍‌ ଅପଡେଟ୍‍ କରିବା ପରେ ଯଦି ଭୁଲ୍‌ରେ ଆପଣ କାହାକୁ ମେସେଜ୍‍ ପଠାଇଦିଅନ୍ତି, ତହାଲେ ପ୍ରଥମେ ମେସେଜକୁ ସିଲେକ୍ଟ କରନ୍ତୁ |

୩. ଏହାପରେ ସେଥିରେ ଆପଣଙ୍କୁ ତିନୋଟି ଅପ୍‌ସନ ମଧ୍ୟରୁ ଗୋଟିଏକୁ ବାଛିବାକୁ ହେବ। ତିନୋଟି ଅପ୍‍ସନ ହେଉଛି – ‘ଡିଲେଟ୍‍ ଫର୍‍ ମି’ (delete for me) , ‘କ୍ୟାନସେଲ’ (cancel) ଓ ‘ଡିଲେଟ୍‍ ଫର୍‍ ଏଭ୍ରିୱାନ୍‍’ (delete for every one) । ଆପଣ ଏହି ତିନୋଟିରୁ ଗୋଟିଏ ଅପ୍‍ସନ ବାଛିବେ। 

୪. ଯଦି ଆପଣ କେବଳ ନିଜ ଫୋନରେ ଡିଲେଟ୍‍ କରିବାକୁ ଚାହୁଁଥିବେ, ତେବେ ‘ଡିଲେଟ୍‍ ଫର୍‍ ମି’ ଅପ୍‌ସନ ବାଛିବେ। ଯଦି ସମସ୍ତଙ୍କ ପାଇଁ ଡିଲେଟ୍‍ କରିବାକୁ ଚାହୁଁଥିବେ, ତେବେ ‘ଡିଲେଟ୍‍ ଫର୍‍ ଏଭ୍ରିୱାନ୍‍’ ଅପ୍‌ସନ ବାଛିବେ।

୫. କିନ୍ତୁ ମନେରଖନ୍ତୁ, ମେସେଜ ପଠାଇବାର ୭ ମିନିଟ୍‍ ମଧ୍ୟରେ କେବଳ ମେସେଜ ଡିଲେଟ୍‍ କରିପାରିବେ।

ଉପରୋକ୍ତ ଉପାୟକୁ ଆପଣ ଅନୁସରଣ କଲେ, ହ୍ୱାଟସ୍ଆପ୍‌ରେ ଭୁଲ୍‌ରେ ପଠାଇଥିବା ମେସେଜ ସହଜରେ ଡିଲେଟ୍ କରିପାରିବେ |

No comments