Support

Breaking News

ଏପରି ଫୋନ କଲ ଆପଣଙ୍କ ପାଖକୁ ଆସୁଛି କି??


ଆପଣଙ୍କ ବ୍ୟାଙ୍କ୍ ଖାତା ଓ ଏଟିଏମ୍ ବ୍ଳକ୍ ହୋଇଯାଇଛି, ଆଧାର କାର୍ଡ ନମ୍ବର ସହ ଏଟିଏମ୍ ନମ୍ବର ଦେଲେ ପୁଣି ବ୍ୟାଙ୍କ୍ ଖାତା ଚାଲୁହେବ, ଏପରି କେହି ଆପଣଙ୍କୁ ଫୋନ କରି କହୁଛନ୍ତି କି? ଏପରି ଫୋନ କଲ ଆପଣଙ୍କ ପାଖକୁ ଆସୁଛି କି?? ତେବେ ସାବଧାନ!!! କେବେ ବି ଆପଣ ସେମାନଙ୍କ କଥାରେ ପଡ଼ିବେନି । ଯଦି କେବେ ନିଜର ଆଧାର ନମ୍ବର ଓ ଏଟିଏମ୍ ନମ୍ବର ଦେଇଦେବେ, ତେବେ ମୁହୂର୍ତକ ମଧ୍ୟରେ ବ୍ୟାଙ୍କରେ ଥିବା ଆପଣଙ୍କ ଟଙ୍କାକୁ ହଡପ କରିନେବ ଠକ ବ୍ୟକ୍ତି ।

ବ୍ୟାଙ୍କ୍ ଆକାଉଂଟ ସହ ଆଧାର ସଂଯୋଗ କରିବା ପାଇଁ ଶେଷ ତାରିଖ ରହିଛି ଡିସେମ୍ବର ୩୧ ତାରିଖ । ହେଲେ ଏହାର ସୁଯୋଗ ନେଇ ଆରବିଆଇ କିମ୍ବା ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ କିଛି ଠକ ବ୍ୟକ୍ତି ଫୋନ କଲ୍ କରୁଛନ୍ତି । ଏବଂ ଆଧାର ନମ୍ବର ସହ ଏଟିଏମ ନମ୍ବର ମାଗୁଛନ୍ତି । ନହେଲେ ବ୍ୟାଙ୍କ୍ ଆକାଉଂଟ ଓ ଏଟିଏମ୍ କୁ ବ୍ଲକ୍ କରିଦିଆଯିବ ବୋଲି ଧମକ ମଧ୍ୟ ଦେଉଛନ୍ତି । ଯଦି ଆପଣ ସେମାନଙ୍କ ଚକରରେ ପଡିଯିବେ, ତେବେ ମୁହୂର୍ତକ ମଧ୍ୟରେ ଆପଣଙ୍କ ବ୍ୟାଙ୍କ୍ ଖାତାରୁ ଗାଏବ ହୋଇଯିବ ଟଙ୍କା ।


କେତେବେଳେ ଆରବିଆଇ ତ କେତେବେଳେ ଏସବିଆଇ ଓ ଅନ୍ୟ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରିଥାନ୍ତି ଏହି ଠକ ସଂସ୍ଥା । ଏହି ଫୋନ କଲରେ ସେମାନେ ନିରୀହ ବ୍ୟକ୍ତି ମାନଙ୍କୁ ଭୟଭିତ ବି କରାଇଥାଆନ୍ତି, ହେଲେ ସେମାନଙ୍କ ଫୋନ କଲକୁ ଗୁରୁତ୍ୱ ଦେଲେ ଆପଣ ନିଶ୍ଚିତ ଠକାମୀରେ ପଡିଯିବେ ।

No comments