Support

Breaking News

କମ୍ ବୟସରେ ନମ୍ବର ୱାନ୍ ବୋଲର୍। ଜାଣନ୍ତୁ ସେ କିଏ?

ଆଫଗାନିସ୍ତାନ କ୍ରିକେଟ ଦଳର ଷ୍ଟାର ବୋଲର ରସିଦ ଖାନ୍ କମ୍‌ ବୟସରେ ପାଇଛନ୍ତି ଏକ ବଡ଼ ସଫଳତା । ରସିଦ ଖାନ୍ ନିଜର ଲେଗ୍‌ସ୍ପିନ ବୋଲିଂର ଯାଦୁ ଦେଖାଇ ଆଇସିସି ୱାନ୍‌ଡେ ରାକିଂରେ (ICC ODI Ranking) ନମ୍ବର ୱାନ୍ ସ୍ଥାନ ହାସଲ କରିଛନ୍ତି। ଏଥିସହିତ ସେ ଭାରତୀୟ ବୋଲର ଜସ୍‌ପ୍ରିତ ବୁମ୍ରାଙ୍କ ସମକକ୍ଷ ହୋଇଛନ୍ତି।

Rashid khan youngest number one bowler in odi ranking

ନିକଟରେ ଜିମ୍ବାୱେ ବିପକ୍ଷରେ ହୋଇଥିବା ଦିନିକିଆ ସିରିଜ୍‌କୁ ଆଫଗାନିସ୍ତାନ ୪-୧ରେ ଜିତି ନେଇଥିଲା । ଏଥିରେ ରସିଦ୍ ଖାନ୍ ୧୬ଟି ୱିକେଟ୍‌ ନେଇ ପ୍ଲେୟାର ଅଫ୍‌ ଦି ସିରିଜ୍‌ ହୋଇଥିଲେ। ଏଥିସହିତ ୧୯ ବର୍ଷିୟ ରସିଦ ଖାନ୍ ପାଲଟି ଯାଇଥିଲେ ବିଶ୍ୱର ନମ୍ବର ୱାନ୍‌ ବୋଲର୍‌। ବର୍ତ୍ତମାନ ଉଭୟ ଜସ୍‌ପ୍ରିତ ବୁମ୍ରା ଓ ରସିଦ ଖାନ୍‌  787 ପଏଣ୍ଟ ପାଇ ଆଇସିସି ବୋଲର ରାକିଂରେ ମିଳିତ ଭାବେ ନମ୍ବର ୱାନ ସ୍ଥାନରେ ରହିଛନ୍ତି। ବିଶ୍ୱରେ ସବୁଠାର କମ୍‌ ବୟସରେ ଏହି ସଫଳତା ପାଇଥିବା ସେ ପ୍ରଥମ ବୋଲର ହୋଇ ପାରିଛନ୍ତି।

No comments