ହିରୋ ମଟୋକୋର୍ପ କମ୍ପାନୀ Hero Electric Maxi ସ୍କୁଟି ବଜାରକୁ ଛାଡ଼ିଛି
ବଢ଼ୁଥିବା ପ୍ରଦୂଷଣକୁ ଆଖି ଆଗରେ ରଖି ବାଇକ ନିର୍ମାତା ହିରୋ ମଟୋକୋର୍ପ କମ୍ପାନୀ Hero Electric Maxi ନାମକ ଏକ ଦମଦାର ବିଦ୍ୟୁତ୍ ଚାଳିତ ସ୍କୁଟି ବଜାରକୁ ଛାଡ଼ିଛି। ପୂର୍ବରୁ ମଧ୍ୟ କମ୍ପାନୀ ଏକ ବିଦ୍ୟୁତ୍ ଚାଳିତ ସ୍କୁଟି ବଜାରକୁ ଛାଡ଼ିଥିଲା। ତେବେ ପୂର୍ବ ସ୍କୁଟି ଅପେକ୍ଷା ନୂଆ ବିଦ୍ୟୁତ୍ ଚାଳିତ ସ୍କୁଟିରେ ଚାର୍ଜ ସ୍ପିଡ୍କୁ ବଢ଼ାଇ ଦିଆଯାଇଛି। ଏଥିସହିତ ଆହୁରି ଅନେକ ସୁବିଧା ଦିଆଯାଇଛି।
ଇ-ସ୍କୁଟର (Electric scooter) " Okinawa Praise
ଏହି ସ୍କୁଟିରେ ପାୱାରଫୁଲ ବ୍ୟାଟେରୀ ଦିଆଯାଇଛି। ହେଲା । ଏଥିରେ ୪୮ ଭୋଲ୍ଟର ବ୍ୟାଟେରୀ ଖଞ୍ଜା ଯାଇଛି । ବ୍ୟାଟେରୀରେ ମେଣ୍ଟେନାନ୍ସ ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କାରଣ ଏଥିରେ ଆପଣଙ୍କୁ ପାଣି ଭର୍ତ୍ତି କରିବାକୁ ପଡ଼ିବ ନାହିଁ।
ସ୍କୁଟିର ମାଇଲେଜ ମଧ୍ୟ ଖୁବ ଭଲ। ଥରେ ଚାର୍ଜ କଲେ ଏହା ୭୦ କିମି ପର୍ଯ୍ୟନ୍ତ ଚାଲି ପାରିବ। ସ୍କୁଟିଟି ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ୬ରୁ ୮ ଘଣ୍ଟା ସମୟ ଲାଗିଥାଏ। ଏହାର ମୂଲ୍ୟ ମଧ୍ୟ ସୁହାଇଲା ଭଳି ରହିଛି। ସ୍କୁଟିର on road ମୂଲ୍ୟ 35000 ଟଙ୍କା ଥିବା ବେଳେ Showroom ମୂଲ୍ୟ 32490 ଟଙ୍କା ରହିଛି। ଏହାର ସ୍ପିଡ୍ ଘଣ୍ଟା ପ୍ରତି ବେଗ ୨୫ କିମି ରହିଛି।
No comments