ପ୍ରସିଦ୍ଧ ମାଡାମ ତୁସାଡ୍ ମ୍ୟୁଜିୟମରେ ସନି ଲିଓନଙ୍କ ମହମର ମୂର୍ତ୍ତି ସ୍ଥାନ ପାଇବ
ପର୍ନଷ୍ଟାରରୁ ବଲିଉଡ଼ରେ ଜଣେ ସଫଳ ନାୟିକା ସାଜିଥିବା ସନିଲିଓନ (sunny leone) ଦିଲ୍ଲୀ ସ୍ଥିତ ପ୍ରସିଦ୍ଧ ମାଡାମ ତୁସାଡ୍ ମ୍ୟୁଜିୟମରେ ତାଙ୍କର ମହମର ମୂର୍ତ୍ତି ସ୍ଥାନ ପାଇବ। ପୂର୍ବରୁ ଏଠାରେ ସଲମାନ ଖାନ, ଶାହରୁଖ ଖାନ, ଅମିର ଖାନ, ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ଅକ୍ଷୟ କୁମାର, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପଡ଼ା, ଦୀପିକା ପାଦୁକୋଣ, କଟ୍ରିନା କୈଫ, ମାଧୁରୀ ଦୀକ୍ଷିତ, କରିନା କପୁର ଖାନ, କପିଲ ଶର୍ମାଙ୍କ ପରି ନାମୀଦାମୀ କଳାକାରଙ୍କ ମୂର୍ତ୍ତି ରହିଛି।
ସନ୍ନି ନିଜକୁ ଏକ ମୂର୍ତ୍ତି ଭାବରେ ଦେଖିବାକୁ ବେଶ୍ ଉତ୍ସାହିତ ଅଛନ୍ତି ବୋଲି ଟୁଇଟର ପ୍ରକାଶ କରିଛନ୍ତି। ନିକଟରେ ଲଣ୍ଡନ୍ରୁ ଆସିଥିବା ମହମ ପ୍ରତିମା ଶିଳ୍ପୀମାନେ ମୁମ୍ବଈରେ ସନିଙ୍କୁ ଭେଟିଥିଲେ। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ-ପ୍ରତ୍ୟଙ୍ଗର ମାପ ନେଇଥିଲେ ଓ ପ୍ରାୟ 200 ଫଟୋ ଉଠାଇଥିଲେ। ଏସବୁ ଆଧାରରେ ସନିଙ୍କର ମହମ ପ୍ରତିମା ଗଢ଼ାଯିବ।
ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଉନ୍ମୋଚନ ହେବ ବୋଲି ଶୁଣାଯାଉଛି। ମର୍ଲିନ ଏଣ୍ଟରଟେନ୍ମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ କହିଛନ୍ତି ଯେ ସନ୍ନିଙ୍କୁ ମ୍ୟୁଜିୟମରେ ସ୍ଥାନ ଦେବା ଗୌରବର କଥା । ଏହାଫଳରେ ସନ୍ନିଙ୍କ ଲକ୍ଷାଧିକ ପ୍ରଶଂସକ ତାଙ୍କ ସହ ସେଲଫି ନେବା ସହ ସମୟ ବିତାଇପାରିବେ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଦେଖିବା ବାକିରହିଲା ଯେ ଏହା କେଉଁ ମହାପୁରୁଷଙ୍କ ଦ୍ୱାରା ଉନ୍ମୋଚିତ ହେବ।
No comments