Support

Breaking News

ଛୋଟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଘରୋଇ ଉପଚାର

ଛୋଟ ସ୍ବାସ୍ଥ୍ୟ ସମସ୍ୟା ପାଇଁ କେତେକ ବିଚଳିତ ହୋଇ ଔଷଧ ଖାଇବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ। ଏଭଳି ସସମ୍ୟାର ସମାଧାନ ପାଇଁ କେତେକ ଘରୋଇ ଉପଚାର ଦ୍ୱାରା ଆପଣଙ୍କୁ ଆରାମ ମିଳିବ। ରୋଗ ଜଟିଳ ଅବସ୍ଥାରେ ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।

ସୂର୍ଯ୍ୟକିରଣ ଭିଟାମିନ୍‌ ‘ଡି’ର ପ୍ରମୁଖ ଉତ୍ସ। ତେଣୁ ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ସହାୟକ ହୋଇଥାଏ।
ପରିଶ୍ରମ ଅନୁସାରେ ଜଣେ ବ୍ୟକ୍ତି ଦିନକୁ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଆବଶ୍ୟକ। ଏଥିରେ ଅନିୟମିତତା ଦେଖାଦେଲେ ତାହାର କୁପ୍ରଭାବ ଶରୀର ଉପରେ ପଡିଥାଏ।
ବନ୍ଧାକୋବି, ଶାଗ ପରି ପତ୍ରଯୁକ୍ତ ଖାଦ୍ୟରେ ଭିଟାମିନ୍‌ ଭରି ରହିଛି। ଏଗୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

ସବୁବେଳେ ଆଣ୍ଟିବାୟୋଟିକ୍‌ ଔଷଧ ନ ଖାଇବା ଭଲ। ରୋଗକୁ ଲକ୍ଷ୍ୟ କରି ଡାକ୍ତର ଏଭଳି ଔଷଧ ଖାଇବାକୁ ପରାମର୍ଶ ଦେଇଥାଆନ୍ତି।

No comments