ଅକ୍ସଫୋର୍ଡ ଡିକ୍ସିନାରୀର 2017 ବର୍ଷର ଲୋକପ୍ରିୟ ହିନ୍ଦୀ ଶବ୍ଦର ମାନ୍ୟତା ଲାଭ କରିଛି ‘ଆଧାର’
ଅକ୍ସଫୋର୍ଡ ଡିକ୍ସିନାରୀର 2017 ବର୍ଷର ଲୋକପ୍ରିୟ ହିନ୍ଦୀ ଶବ୍ଦର ମାନ୍ୟତା ଲାଭ କରିଛି ‘ଆଧାର’। ଏନେଇ ଜୟପୁର ସାହିତ୍ୟ ଉତ୍ସବରେ ଘୋଷଣା କରାଯାଇଛି। ଅକ୍ସଫୋର୍ଡର ଆଫିସିଆଲ୍ ଟୁଇଟରରେ ଉଲ୍ଳେଖ କରାଯାଇଛି ଯେ, ସାଧାରଣ ଲୋକଙ୍କର ମତାମତ ଗ୍ରହଣ କରାଯାଇଥିଲା। ପରେ ଏହି ବିଷୟରେ ଭାଷାବିତ୍ମାନଙ୍କ ସହିତ ଆଲୋଚନା ତଥା ପରାମର୍ଶଦାତା କମିଟିର ନିଷ୍ପତ୍ତି କ୍ରମେ ‘ଆଧାର’କୁ 2017 ର ଲୋକପ୍ରିୟ ହିନ୍ଦୀ ଶବ୍ଦ ଭାବେ ଚୟନ କରାଯାଇଛି।
No comments