Support

Breaking News

ସୁପରଷ୍ଟାର୍ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘2.0’ ରିଲିଜ୍‌ ତାରିଖ ଘୁଞ୍ଚିଲା



ସୁପରଷ୍ଟାର୍ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘2.0’ ରିଲିଜ୍‌ ହେବା ପୂର୍ବରୁ ରେକର୍ଡ଼ ବ୍ରେକ୍‌ କରୁଛି। ଏହାର ରିଲିଜ୍‌ ତାରିଖ ପୁଣି ଥରେ ବଦଳିଯାଇଥିବାର ସୂଚନା ମିଳୁଛ। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ, 2017 ଦୀପାବଳିରେ ‘2.0’ ରିଲିଜ୍‌ ହେବ,ହେଲେ ତା’ପରେ କୁହାଗଲା ଏହା 26 ଜାନୁଆରି  2018  ତାରିଖରେ ମୁକ୍ତିଲାଭ କରିବ। କିନ୍ତୁ ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ ମ୍ୟାନ୍‌’ ଏହି ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହେବା ପରେ ପୁଣି ଘୁଞ୍ଚିଥିଲା ଏହାର ରିଲିଜ୍‌ ତାରିଖ। ଅବଶେଷରେ ନିଜେ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ 2018 ଏପ୍ରିଲ୍‌ 14 ତାରିଖରେ ରିଲିଜ୍‌ ହେବ ବୋଲି ନିଜର ଟ୍ଵିଟରରେ ଘୋଷଣା କରିଥିଲେ।

କିନ୍ତୁ ମିଡ଼ିଆରେ ପ୍ରକାଶିତ ଖବର ଅନୁଯାୟୀ, ‘2.0’ ଏବେ ଏପ୍ରିଲ୍‌ 14ରେ ରିଲିଜ୍‌ ହେବ ନାହିଁ,ବରଂ ଏହାର ଗୋଟିଏ ବା ଦୁଇ ମାସପରେ ରିଲିଜ୍‌ ହେବ। ଖୁବ୍‌ଶୀଘ୍ର ଏହି ସିନେମାର ଟିଜର ଲଞ୍ଚ୍‌ ହେବ ଏବଂ ସେହି ସମୟରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷିତ ହେବ।


450 କୋଟି ଟଙ୍କା ବ୍ୟୟରେ ନିର୍ମିତ ରଜନୀକାନ୍ତଙ୍କ ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ 16 କୋଟିରେ ବିକ୍ରି ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-2’ ମାତ୍ର 10 କୋଟି 50 ଲକ୍ଷରେ ବିକ୍ରି ହୋଇଥିଲା । ‘2.0’ ,ଏ ଦୃଷ୍ଟିରୁ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍‌ କରିସାରିଛି ବୋଲି କୁହାଯାଇପାରେ। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍‌ ମଧ୍ୟ ଲିଡ଼ ରୋଲ୍‌ରେ ଅଛନ୍ତି। ଏହା ସାରା ବିଶ୍ୱରେ 7000 ସ୍କ୍ରିନ୍‌ରେ ରିଲିଜ୍‌ ହେବ। ଓସ୍କାର ବିଜେତା ଏ.ଆର୍‌ ରହେମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି

No comments